(ଗୋବିନ୍ଦ ଚନ୍ଦ୍ର ପଣ୍ଡା): ରାଜ୍ୟ ସରକାର ଦିଲ୍ଲୀରେ ମେକ୍ ଇନ୍ ଓଡିଶା ପାଇଁ ପୁଞ୍ଜି ନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ଲାଗି କରିଥିବା ରୋଡ୍ ସୋ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ଲୋକ ଦେଖାଣିଆ ବୋଲି କହିଛନ୍ତି କଂଗ୍ରେସର ମିଡିଆ ସେଲ ଅକ୍ଷ୍ୟକ୍ଷ ସତ୍ୟଜିତ ମହାନ୍ତି । ରାଜ୍ୟସରକାର ରାଜକୋଷରୁ କୋଟି କୋଟି ଟଙ୍କାର ଖର୍ଚ୍ଚା କରି ନିଜ ବିଫଳତା ଗୋଡାଇବାକୁ ଚେଷ୍ଟା କରୁଛନ୍ତି । ବିଗତ ୧୮ ବର୍ଷ ଭିତରେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଭିତିଭୂମିର ବିକାଶ ଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା, ମାନବସମ୍ବଳ ବିକାଶ ଓ କର୍ମନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ଭୂମିକା ଅତ୍ୟନ୍ତ ନିରୁତ୍ସାହଜନକ ।
ରାଜ୍ୟ ସରକାର ଶିଳ୍ପାୟନକୁ ନେଇ ଓଡିଶାରେ ଫ୍ଲପ ହୋଇଥିବା ବେଳେ ଦିଲ୍ଲୀରେ ରୋଡ୍ ସୋ ନକରି ଓଡିଶାବାସୀଙ୍କ ପାଖରେ ଜବାବ ରଖନ୍ତୁ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦକ ସମ୍ମିଳନୀରେ ଦାବି କରାଯାଇଛି । ଏହି ସମ୍ମିଳନୀରେ ରବିନ୍ଦ୍ର ଆର୍ଚ୍ୟା ଓ ନରେଶ ମହାନ୍ତି ଉପସ୍ଥିତ ଥିଲେ ।