କିର୍ତ୍ତୀପୁର ଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଦ୍ୱାରା  ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର :  ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ଶୁଭ ଉଦଘାଟନ କରିଛନ୍ତି । ଏକ୍ସନ ଏଡ଼ ଭୁବନେଶ୍ୱର ଓ ରେଆର ସୁବର୍ଣ୍ଣପୁରର ଆର୍ଥିକ ସହଯୋଗରେ କୀର୍ତ୍ତିପୁର ଗ୍ରାମର ୧0 ଜଣ ମହିଳାଙ୍କ ଆନ୍ତରିକ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା । ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟନ ଅବସରରେ ମଂଚାସୀନ ଅତିଥି ବୃନ୍ଦ ସମ୍ପୃକ୍ତ ମହିଳାମାନଙ୍କୁ ଉତ୍ସାହିତ କରିବା ସହ ସେମାନେ ଯେପରି ସ୍ୱାବଲମ୍ବୀ ହୋଇ ନିରନ୍ତର କାର୍ଯ୍ୟ କରି ଜୀବନରେ ସଫଳତା ହାସଲ କରି ଜିଲ୍ଲାର ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବେ, ସେଥିପାଇଁ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଉଦଘାଟନ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ସୂର୍ଯ୍ୟ ନାରାୟଣ ଦାଶ, ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିହାର ରଞ୍ଜନ କଁହର, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ସହ ନିର୍ଦେଶକ ଏକ୍ସନ ଏଡ଼ ଭୁବନେଶ୍ୱର ଦେବବ୍ରତ ପାତ୍ର, ନିର୍ଦେଶକ ଏସ ବି ଆର ଏସ ଇ ଟି ଆଇ ଅଜିନା ଟୁଡୁ, ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଏକ୍ସନ ଏଡ଼ ଭୁବନେଶ୍ୱରର ବି ଏନ ଦୁର୍ଗା, ଶୁଭେନ୍ଦୁ ରାଏ, ଘାସିରାମ ପଣ୍ଡା, ରାକେଶ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ରେଆର ଆଜୀବନ ସଦସ୍ୟ କରମ ଚାନ୍ଦ ମହାନ୍ତି, କିର୍ତ୍ତୀପୁର ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରର ସଭାନେତ୍ରୀ ସୀତା ଝାଙ୍କର, ସମ୍ପାଦିକା ଗୌରୀ ଝାଙ୍କର, ଓ ସମସ୍ତ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାକୁ ରେଆର ର ସାଧାରଣ ସମ୍ପାଦକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଧନୁର୍ଜୟ ନାଏକ, ସୁଦାମ ଗାଏଗାରିଆ, ସୁଶାନ୍ତ ସା, ଅଶୋକ ଝାଙ୍କର, ଝରଣା ପଟ୍ଟନାୟକ, ଓ ଗାୟତ୍ରୀ ବହିଦାର ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।