ମହେଶଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର/ସରୋଜ ରାଉତ: ଉକ୍ରଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ସଭାପତି ମହେଶ ପ୍ରସାଦଙ୍କୁ ଗିରଫ କଲା ପୁଲିସ । ଗତରାତିରେ ପୁଲିସକୁ ମହେଶ ଗାଳି ଗୁଳଜ ଦେଇଥିବା ଅଭିଯୋଗରେ ତାଙ୍କୁ ସହିଦନଗର ପୁଲିସ ଗିରଫ କରିଛି । ତେବେ ଏହି ଗିରଫଦାରିକୁ ବିରୋଧ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ସହିଦ ନଗର ଥ।।ନା ଘେରାଉ କରାଯିବା ସହ ଥାନାରେ ଅନସନ ଆରମ୍ଭ ହୋଇଛି ।
କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି କି, ମହେଶ ପ୍ରସାଦ କିଛି ଦିନ ପୂର୍ବରୁ ବିଜେଡି ଛାଡି କଂଗ୍ରେସରେ ଯୋଗଦେଇଥିଲେ । ଏହାକୁ ନେଇ ମନ୍ତ୍ରୀ ଅରୁଣ ସାହୁ କ୍ଷୁବ୍ଧ ହୋଇଥିଲେ । ତେଣୁ ଅରୁଣଙ୍କ ନିର୍ଦ୍ଦେଶରେ ମିଛ ମାମଲାରେ ପୁଲିସ ଗିରଫ କରିଛି । ତେଣୁ ତାଙ୍କୁ ତୁରନ୍ତ ଛାଡିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି ହୋଇଛି । ତାଙ୍କୁ ଛଡାନଯିବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।