ପ୍ରୟାଗରାଜ: ଶେଷ ପର୍ଯ୍ୟାୟରେ ମହାକୁମ୍ଭ ମେଳା । ସଂଗମସ୍ଥଳ ରେ ବୁଡ ପକାଇଲେଣି ଅଧା ଭାରତୀୟ । ବଡ ବଡ ଭିଭିଆଇପି ଙ୍କ ଠାରୁ ଆରମ୍ଭ କରି ସେଠାକୁ ଆସୁଛନ୍ତି ଅନେକ ଲୋକ । ବୁଡ ପକାଇ କରୁଛନ୍ତି ଗଙ୍ଗା ମାତା ଦର୍ଶନ ଆଉ ନେଉଛନ୍ତି ପୂର୍ଣ୍ଣ ।
ଏହି ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭମେଳା ପାଇଁ ପ୍ରୟାଗରାଜରେ ଦେଖାଯାଉଛି ଅନେକ ଗହଳି । ଲୋକଙ୍କ ପାଇଁ ବସିଛି ଅନେକ ଦୋକାନ ବଜାର । ଚାଲିଛି ବିଭିନ୍ନ ସାମଗ୍ରୀ କିଣା ବିକା । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ବ୍ୟାଗ ଦୋକାନ । ଯେଉଁ ଠାରେ ବିକ୍ର ହେଉଛି ଓଡିଶାରେ ମାଗଣାରେ ମିଳୁଥିବା ୫ଟି ବ୍ୟାଗ । ଯାହାର ମୂଲ୍ୟ ପୁଣି ୧୦୦ଟଙ୍କା ।
ତତ୍କାଳିନ ସରକାର ରାସନ ଧାରୀଙ୍କୁ ମାଗଣାରେ ଦେଉଥିଲେ ଏହି ୫ଟି ବ୍ୟାଗ । ଯେଉଁଥି ପାଇଁ ତତକାଳିନ ସରକାର ରାଜକୋଷରୁ ଖର୍ଚ୍ଚ କରିଛନ୍ତି ୫୦୦କୋଟି । କିନ୍ତୁ ଏବେ ସେହି ବ୍ୟାଗ ପ୍ରୟାଗରାଜର କୁମ୍ଭମେଳାରେ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରିବାରେ ଲାଗିଛି ।