ପ୍ଲାଜମା ଦାନ କରିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ସେ ସୁସ୍ଥ ହେଲା ପରେ ପ୍ଲାଜମା ଦାନ କରିବାକୁ ସ୍ଥିର କରିଛନ୍ତି । ପ୍ଲାଜମା ଦାନ ଦ୍ୱାରା ଆହୁରି ଅଧିକ ଲୋକଙ୍କ ଜୀବନ ବଞ୍ଚାଇ ହେବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି । ଏଥିସହିତ କରୋନାର ସବୁ ଗାଲଡଲାଇନ ମାନିବାକୁ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ତ୍ୱରାନ୍ୱିତ କରାଯିବ ଯଦ୍ୱାରା ସେମାନଙ୍କୁ ଠାବ କରାଯାଇ ଉପଯୂକ୍ତ ସେବା ଯୋଗାଇ ଦିଆଯାଇପାରିବ । ଯାହା ଫଳରେ ସେମାନଙ୍କୁ ବଞ୍ଚାଯାଇପାରିବ । ସେଥିପାଇଁ ନମୁନା ପରୀକ୍ଷଣ ସଂଖ୍ୟା ବଢ଼ାଯିବ । ଦୈନିକ ୨୦ ହଜାରରୁ ଅଧିକ ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।