ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କୁ ଗିରଫ କଲା ପୋଲିସ

ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କୁ ଗିରଫ କଲା ପୋଲିସ ।

(ଲକ୍ଷ୍ନୌ) : ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କୁ ଗିରଫ କଲା ପୋଲିସ । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବେଶ ଚର୍ଚ୍ଚିତ ହୋଇଥିବା ଡୁପ୍ଲିକେଟ୍‌ ସଲମାନ ଖାନ୍‌ ଅର୍ଥାତ ଆଜମ ଅନସାରୀ।

ଅନସାରୀ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଭଳି ଦିଶିବା ସହ ତାଙ୍କ ଷ୍ଟାଇଲକୁ କପି କରନ୍ତି। ଏଥିପାଇଁ ସେ ରାସ୍ତାରେ ଯିବା ବେଳେ ପ୍ରବଳ ଭିଡ଼ ମଧ୍ୟ ହୁଏ। ହେଲେ ଲକ୍ଷ୍ନୌ ପୁଲିସ୍‌ ତାଙ୍କୁ ଶାନ୍ତି ଭଙ୍ଗ କରିବା ଘଟଣାରେ ଗିରଫ କରିଛି। ଏଥିସହ ତାଙ୍କ ନାଁରେ ଚାଲାଣ ମଧ୍ୟ କାଟିଛି।

ସୂଚନାନୁସାରେ, ଅନସାରୀ ରବିବାର ଠାକୁରଗଞ୍ଜ ପୁଲି ଷ୍ଟେସନ ଅଧୀନରେ ଥିବା କ୍ଲକ ଟାୱାର ନିକଟରେ ରିଲ ବନାଉଥିଲେ। ସେ ବିନା ଅନୁମତିରେ ସର୍ବସାଧାରଣ ସ୍ଥାନରେ ରିଲ୍‌ ବନାଉଥିବାରୁ ପ୍ରବଳ ଭିଡ଼ ହୋଇଥିଲା। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୁଏ। ଏପରି କି ଶାନ୍ତି ଭଙ୍ଗ ମଧ୍ୟ ହୋଇଥିଲା। ଏହି କାରଣରୁ ପୁଲିସ୍‌ ତାଙ୍କୁ ଗିରଫ କରିଛି।