ସୁସ୍ଥ ହୋଇଗଲେ ମହାବାହୁ 

ପୁରୀ:ପାଖେଇ ଆସିଲାଣି ବଡଠାକୁରଙ୍କ ଯାତରା । ସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ଜଳରେ ଗାଧୋଇବା ପରେ ଜ୍ୱରରେ ଥିଲେ ତିନି ଭାଇଭଉଣୀ । ସମସ୍ତ ଔଷଧି ଓ ଚେରମୂଳି ଉପଚାର ପରେ ଜରରୁ ସୁସ୍ଥ ହେଲେ ମହାପ୍ରଭୁ । ଆଜି ଗଜପତି ମହାରାଜଙ୍କ ପାଖକୁ ସୁସ୍ଥ ହେବା ନେଇ ଗଲା ଖବର । ଅନବସର ସମୟରେ ଶ୍ରୀଅଙ୍ଗକୁ ବାହାରିଥିବା ପ୍ରସାଦ ଚନ୍ଦନ, କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅରକୁ ଯିବେ । ଏହା ପରେ ମହାରାଜଙ୍କ ସହିତ ଆଲୋଚନା କରି ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ଦଇତାପତି । ମାତ୍ର ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ରାଜପୁରୋହିତ ସମସ୍ତ ଦଇତାପତିଙ୍କୁ ସମ୍ମାନ ଜଣାଇ ଶିଳିପା ବାନ୍ଧିଥାନ୍ତି । ଏହା ସହ ଘୋଷଯାତ୍ରାରେ କିପରି ଶାନ୍ତିଶୃଙ୍ଖଳାରେ ନୀତି ସମ୍ପାଦନ କରାଯିବ ସେ ଉପରେ ମଧ୍ୟ ଗଜପତି ଦଇତାପତିମାନଙ୍କ ସହ ଆଲୋଚନା କରିବେ ।ସେପଟେ ଘୋଷଯାତ୍ରାକୁ ନେଇ ତତ୍ପର ଜଗାର ସେବକ । ଅପେକ୍ଷାରେ ଭକ୍ତ ଓ ଅପେକ୍ଷାରେ ଜଗା ।