ଭୁବନେଶ୍ୱର; ରାଜଧାନୀ ରେ ମାତିଲେ ଝରକା ତଡ଼ା ଲୁଟେରା । ଝରକା ଭାଙ୍ଗି ଘରେ ପଶି କରୁଛନ୍ତି ଲୁଟ୍ । ସୋଇଥିବା ବେଳେ ଦମ୍ପତିକୁ ଘରେ ବନ୍ଦ କରି କଳା କାନା ବୁଲାଇଲେ ଲୁଟେରା । ଏଭଳି ଘଟଣା ଘଟିଛି ଇନୋଫୋସିଟି ଥାନା ଗଣେଶ ବିହାର ଅଞ୍ଚଳରେ । ଲୁଟର ଶିକାର ହୋଇଛନ୍ତି ଟିସିଏସ୍ କର୍ମଚାରୀ ରମାକାନ୍ତ ବିଶ୍ୱାଳ । ଘରୁ ପ୍ରାୟ ୩ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର, ଦୁଇଟି ଲାପଟପ ଓ ମୋବାଇଲ ଫୋନ ଲୁଟି ନେଇଛନ୍ତି ଲୁଟେରା । ସୂଚନା ଅନୁଯାୟୀ , ରମାକାନ୍ତ ଓ ପତ୍ନୀ ସୋଇଥିବା ବେଳେ ବାହାର ପଟୁ ତାଲା ପକାଇ ଲୁଟିନେଇଥିବା ଅଭିଯୋଗ । ଅଭିଯୋଗ ପରେ ଇନଫୋସିଟି ଥାନାର ତଦନ୍ତ ଜାର ।