ଭୁବନେଶ୍ବର: ଲୁଟେରାଙ୍କ କବଜାରେ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱର । କରୋନା ପାଇଁ ଉଭୟ କଟକ- ଭୁବନେଶ୍ବରରେ ପୁଲିସ ଦିନ ରାତି ପହରା ଦେଉଛି । କିନ୍ତୁ ଲୁଟେରାଙ୍କ ଉପରେ ପୁଲିସ ପହରାର କିଛି ପ୍ରଭାବ ପଡୁନାହିଁ । ଲୁଟେରା ବେଧକ ହୋଇ ଚଳାଇଛନ୍ତି ତାଙ୍କ ଲୁଟତରାଜ । ଗୋଟିଏ ଦିନରେ ଟ୍ୱିନ ସିଟିରୁ ସମାନ ଶୈଳୀରେ ହୋଇଛି ଲୁଟ । ଭୁବନେଶ୍ୱର ଫାୟାର ଷ୍ଟେସନରୁ ବରମୁଣ୍ଡା ଆସୁଥିଲେ । ଏହି ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ତାଙ୍କ ମନିପର୍ସକୁ ଲୁଟି ନେଲେ । ସେହି ମନିପର୍ସରେ ୯୧ ହଜାର ଟଙ୍କା ଥିଲା ।
ଅନୁରୂପ ଶୈଳୀରେ କଟକ ମଙ୍ଗଳାବାଗ ଅଞ୍ଚଳରୁ ଲୁଟ୍ ହୋଇଥିବା ଅଭିଯୋଗ । ଜଣେ ଅବସରପ୍ରାପ୍ତ ବୟସ୍କା ମହିଳା ଏସ୍ସିବି ମେଡିକାଲ ନିକଟ ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ କିଛି ଖାଦ୍ୟ ସାମଗ୍ରୀ କିଣୁଥିଲେ । ଏହି ସମୟରେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ବାଇକ୍ ରେ ଆସି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତାଙ୍କ ନିକଟରେ ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି ।