ମୋବାଇଲ ଲୁଟୁଥିବା ଜଣେ ଯୁବକକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଛନ୍ତି ସ୍ଥାନୀୟ ଲୋକେ

  1. ଭୁବନଶ୍ୱେର:ବିଳମ୍ବିତ ରାତିରେ ଚତୁରତାର ସହ ମୋବାଇଲ ଚୋରି । କେତବେଳେ ଝରକା ବାଟେ ତ ଆଉ କେତବେଳେ ଛାତ ଉପରେ ଚଢ଼ି । ଏଭଳି ମୋବାଇଲ ଲୁଟୁଥିବା ଜଣେ ଯୁବକକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଛନ୍ତି ସ୍ଥାନୀୟ ଲୋକେ । ଘଟଣାଟି ଘଟିଛି ନୟାପଲ୍ଲୀ ଅଞ୍ଚଳରେ । ତା ନିକଟରୁ ଘଟଣାସ୍ଥଳରେ ୬ ଟି ମୋବାଇଲ ଜବତ କରାଯାଇଛି । ଆଉ ୨୦ ଟି ମୋବାଇଲ ଚୋରି କରି ସେ ଅନ୍ୟତ୍ର ବିକୁଥିବା କହିଛି। ନୟାପଲ୍ଲୀ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଛି । ଗ୍ୟାଙ୍ଗ ନୁହେଁ, ବରଂ ସେ ଏକୁଟିଆ ଲୁଟୁଥିବା ସ୍ପଷ୍ଟ କରିଛି ନୟାପଲ୍ଲୀ ପୋଲିସ ।