(ରିିପୋର୍ଟସ ଟୁଡ଼େ /ମୃତ୍ୟୁଞ୍ଜୟ ): ଚଳିତ ମାସ ୨୧ରେ ବିଜେପୁର ଉପନିର୍ବାଚନ । ଏନେଇ ରାଜନୈତିକ ଦଳ ପକ୍ଷରୁ ଚାଲିଛି ପ୍ରସ୍ତୁତି । ପ୍ରଚାର ପାଇଁ ସଜବାଜ ହେଉଛନ୍ତି ଦଳମାନେ । ଆଜି ୩ ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବହୁ ହେଭିୱେଟ୍ ନେତା ପ୍ରଚାର କରିବାକୁ ବିଜେପୁର ମଇଦାନକୁ ଓହ୍ଲାଇବେ। ବିଜେଡିରୁ ନବୀନ ପଟ୍ଟନାୟକଙ୍କ ଭଳି ନେତୃତ୍ଵ ପ୍ରଚାର କରିବାକୁ ଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା, ସ୍ମୃତି ଇରାନୀ ଓ କଂଗ୍ରେସରୁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଚାର କରିବେ ।