ରାଜଧାନୀ ମଦୁଆଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର: ମଦୁଆଙ୍କ ପାଇଁ ଖୁସି ଖବର । ଲକଡାଉନ ସତ୍ତେ୍ୱ ମଧ୍ୟ ରାଜଧାନୀରେ ଚାଲୁ ରହିବ ମଦ ବିକ୍ରି । ମଦ ବିକ୍ରି ପାଇଁ ଅନୁମତି ଦେଡେ ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ଏହି ମଦ ବିକ୍ରି ଅନଲାଇନରେ ହେବ । ଅନଲାଇନ ଅଡର ଅନୁଯାୟୀ ମଦ ଦୋକାନୀ ହୋମ ଡେଲିଭରି ଦେବେ । ତେବେ ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏ ଅନଲାଇନରେ ମଦ ବିକିବା ଲାଗି ଅନୁମତି ରହିଛି। ଗ୍ରାହକମାନେ ଫୋନ୍ ଯୋଗେ, ଏସ୍ଏମ୍ଏସ୍ ଓ ହ୍ୱାଟସଆପ୍ ଜରିଆରେ ମଦ ମଗାଇ ପାରିବେ । ତେବେ ମଦ ଦୋକାନରେ ବ୍ୟବସାୟ ବେଳେ ସମସ୍ତ କୋଭିଡ୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ମଦ ନେବା ଆଣିବା ଲାଗି ଦୋକାନୀ ଦେଇଥିବା ପରିଚୟ ପତ୍ର ଦେଖାଇ କର୍ମଚାରୀମାନେ ଯାଆସ କରିପାରିବେ।
ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ କମିବା ନାଁ ଧରୁ ନ ଥିବା ବେଳେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଲକ୍ଷେରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ୨୧ ଜଣ କରୋନାରେ ଆଖି ବୁଜିଛନ୍ତି।