ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଙ୍କୁ ସାଂସଦ ସୁଲୋତା ଦେଓ ଙ୍କ ଟାର୍ଗେଟ । ଜୟନାରାୟଣ ବାବୁ ହତ୍ୟା ଭଳି ସଂଗୀନ ଅପରାଧ ଘଟାଇ ଅତୀତ ରେ ଜେଲରେ ମଧ୍ୟ ଥିଲେ । ଆମେ ସମସ୍ତେ ଜାଣିଛେ ଗତ କିଛିଦିନ ପୂର୍ବରୁ ମଧ୍ୟ ସେ ସ୍ପଷ୍ଟ ଦିବାଲୋକ ରେ ଜଣେ ମହିଳା ପୋଲିସ ଅଫିସରଙ୍କ ଉପରେ କେଉଁଭଲି ଭାବରେ ଆକ୍ରମଣ କରିଥିଲେ ଏବଂ ସେ ତା ପାଇଁ ଅନୁତପ୍ତ ମଧ୍ୟ ନଥିଲେ । ସେ ମହିଳା SHG ମା ମାନେ ପଇସା ଖାଉଛନ୍ତି ବୋଲି ମା ମାନଙ୍କୁ ଅପମାନିତ କରୁଛନ୍ତି । ଏହା ଦ୍ୱାରା ମହିଳା SHG ପଇସା ଖାଉଛନ୍ତି କହିଲେ ସାରା ଓଡ଼ିଶାର ମା ମାନଙ୍କୁ ସେ ଅପମାନିତ ହେଲା। ମୁଣ୍ଡ ଦୋଷ ଅଛି। ସେ ଧୀରେ ଧୀରେ ପାଗଳାମି ଆଡକୁ ଗଲେଣି । ଆପଣ SHG ମା ଙ୍କୁ ଅପମାନିତ କରୁଛନ୍ତି ଆପଣ କଣ ଜାଣିନାହାନ୍ତି ଓଡ଼ିଶାର ଯେଉଁ SHG ମା ମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢିଲା ପରେ ସେମାନେ ସାମାଜିକ ଓ ଅର୍ଥନୈତିକ ସ୍ତରରେ ତାଙ୍କର ଉନ୍ନତି ହେଉଛି । ଆପଣ କଣ ତାଙ୍କର ଉନ୍ନତି ଚାଁହୁନାହାନ୍ତି କି ବୋଲି ପ୍ରଶ୍ନ କଲେ ସୁଲତା । ଓଡ଼ିଶାର ମା ମାନଙ୍କର ଅଧବୁତ ପୂର୍ବକ କ୍ରାନ୍ତି ଆସିଛି ଆପଣ କଣ ସେଥିରେ ଖୁସି ନାହାନ୍ତି ? ଆପଣ କଣ ପାଇଁ ସେମାନଙ୍କୁ ଅପମାନିତ କରୁଛନ୍ତି । ଓଡ଼ିଶାରେ ମହିଳା ସଶକ୍ତି କରଣ ପାଇଁ ଯେଉଁ କାମ ଚାଲିଛି ତା ଭିତରେ ଜାତୀୟ ସ୍ତରରେ ଏବଂ ଆନ୍ତଜାତୀୟ ସ୍ତରରେ ମଧ୍ୟ ମା ମାନଙ୍କୁ ଏବଂ ଓଡିଶାକୁ ବିଭିନ୍ନ ପ୍ରକାର ମଧ୍ୟ ପୁରସ୍କାର ମିଳୁଛି । ଆପଣ ସେ ପୁରସ୍କାର ରେ ବି ଖୁସି ନାହାନ୍ତି । ଜୟନାରାୟଣ ମିଶ୍ର ମାନସିକ ଭାରସଶ୍ୟାମ ହରାଇଲେଣି। ଆମେ ଆଶା କରିବୁ ସେ ତାଙ୍କର ମତିଷ୍କ ଏବଂ ଆଖି ଖୋଲା ରଖନ୍ତୁ। ଓଡ଼ିଶାର ମା ମାନଙ୍କର ପ୍ରଗତିକୁ ଦେଖନ୍ତୁ ଆଖି ଖୋଲା ରଖିଲେ ଓଡ଼ିଶାର ପ୍ରଗତି ସହ ଓଡ଼ିଶା shg ମା ମାନଙ୍କର ପ୍ରଗତି ସେ ଦେଖିପାରିବେ ବୋଲି କହିଛନ୍ତି ସାଂସଦ ସୁଲତା ଦେଓ ।