(ରିପୋର୍ଟସ ଟୁଡେ): ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୯ ପ୍ରୋର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି। ଏହା ଗତ ସୋମବାର ଅର୍ଥାତ ଅକ୍ଟୋବର ୨୯ ଠାରୁ ଭିଭୋ ଇ-ଷ୍ଟୋର ଏବଂ ଆମାଜନ ଡଟ୍ ଇନ୍ ସହିତ ସମସ୍ତ ଅଫ୍ ଲାଇନ୍ ଷ୍ଟୋର ଉପଲବ୍ଧ ହେଉଛି । ଏଥିରେ ୧୫.୫୧ ସେମି ସ୍କ୍ରିନ୍ ଏଚଡି ପ୍ଲସ୍ ଡିସ୍ପ୍ଲେ ରହିଛି। ଏହାର ଆସପେକ୍ଟ ଅନୁପାତ ୧୯:୯ ତଥା ୯୦% ସ୍କ୍ରିନ୍ ବଡି ରହିଛି। ଏଥିରେ ୧୩ଏମ୍ପି ଏବଂ ୨ଏମ୍ ପି ଡୁଆଲ୍ ପଛ କ୍ୟାମେରା, ୧୬ ଏମ୍ପି ସେଲଫି କ୍ୟାମେରା, ୬ ଜିବି ରାମ୍, ୬୪ ଜିବି ରମ୍ , କ୍ୱାଲକମ୍ ସ୍ନାପଡ୍ରାଗନ ୬୬୦ ଏଆଇଇ ପ୍ରୋସେସର୍୍, ଆଣ୍ଡ୍ରଏଡ୍ ୮.୧, ଏଆଇ ଫେସ୍ ବିୟୁଟି ଫିଚର, ଗେମ୍ ମୋଡ୍, ବାଇକ୍ ମୋଡ୍,ଓଏସ୍-୪.୦ ଆକ୍ସେସ୍,୨୫୬ ଜିବି ଏସ୍ଡି କାର୍ଡ, ୩୨୬୦ଏମ୍ଏଏଚ୍ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି। ଲାଇଭ୍, ଏଚଡିଆର୍, ପାନୋରାମା, ପାମ୍ କ୍ୟାପଚର, ଜେଣ୍ଡର ଡିଟେକସନ୍, ଫ୍ଲାଶ୍, ୩ଜେନେରେସନ୍ ଗୋରିଲା ଗ୍ଲାସ୍ ଆଦି ବୈଶିଷ୍ଟ୍ୟ ରହିଛି।