ସରକାରୀ ଜମି ବିକି ମାଲା ମାଲ ବିଧାୟକ

(ଭୁବନେଶ୍ୱର): କରୋନା ମହାମାରୀର ସୁଯୋଗ ନେବାକୁ ଭୁଲି ନାହାନ୍ତି ଉତ୍ତର ବିଧାୟକ ସୁଶାନ୍ତ । ଦୀର୍ଘ ଦିନ ହେବ ବସ୍ତିବାସୀ ସେମାନଙ୍କ ଆନ୍ଦୋଳନ ଜାରି ରଖିଥିଲେ ବିସ୍ଥାପନ ପରେ ସେମାନଙ୍କ ଥଇଥାନ ପାଇଁ । ହେଲେ ବିଧାୟକ ତାଙ୍କ ରାଜନୈତିକ ଚାଲ ଚଳାଇ ମଉକା ମାରିନେଇଛନ୍ତି ।

ସୂଚନା ମୁତାବକ ସାଲିଆସାହିର ଲଷ୍ମୀପୁର ଓ ବିର୍ଷା ମୁଣ୍ଡା ଅଞ୍ଚଳ ଦେଇ ଏକ ରୋଡ଼ ଯିବ । ଯାହା ଫଳରେ ଅନେକ ବସ୍ତି ଲୋକ ସେମାନଙ୍କ ଘର ହରାଇଛନ୍ତି । ଏପଟେ ବିଏମସି ପକ୍ଷରୁ କିଛି ଲୋକଙ୍କୁ ଚିହ୍ନଟ କରାଯାଇ କିଛି ଦିନ ପାଇଁ ଜ।ଗା ଯୋଗାଇଛନ୍ତି । ତଥାପି ଏମିତି ଅନେକ ଲୋକ ରହିଛନ୍ତି ଯାହାଙ୍କୁ ଏପର୍ଯ୍ୟନ୍ତ ଘର ମିଳି ପାରି ନାହିଁ ।

ଆଉ ଏହାର ଭରପୁର ଫାଇଦା ଉଠାଇଛନ୍ତି ବିଧାୟକ ଓ ତାଙ୍କର ଚେଲା ଚାମୁଣ୍ଡାମାନେ । ଯେଉଁ ମାନେ କେବେ ବସ୍ତିରେ ରହି ନାହଁ।ନ୍ତି ସେମାନେ ଘର ଭିତିରିଆ ନେଇଛନ୍ତି । ଏମିତି କି କିଛି ବିଜେଡି ନେତା ସରକାରୀ ଜମିକୁ ବିକିଥିବା ସୂଚନା ମିଳୁଛି ।

ତେବେ ପ୍ରଶ୍ନ ଉଠୁଛି କେମିତି ବିଏମସି ଅଧିକାରୀ ଓ ସରକାର ଏସବୁ ଜାଣି ପାରିଲେ ନାହିଁ । ନା ଜାଣି ଶୁଣି ସରକାରୀ ଜମି ଲୁଟିବାରେ ହାତ ମିଳାଇଛନ୍ତି ବିଧାୟକଙ୍କ ସହ ବିଏମସି କର୍ମଚାରୀ ।
ଗୋଟିଏପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ କହୁଛନ୍ତି ବସ୍ତି ବାସୀଙ୍କ ସମସ୍ୟା ମୋର ସମସ୍ୟା, କୌଣସି ବସ୍ତି ବାସୀ ଅସୁବିଧା ଭୋଗିବେ ନାହିଁ । ହେଲେ ସୁଶାନ୍ତ ଓ ତାଙ୍କର କିଛି କୁଜି ନେତା ମୌକାକୁ ହାତଛଡା କରିନାହାନ୍ତି। ଏହା ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ହେଇଚି କି ଜାଣତରେ ଜଣାନାହିଁ, ଏବେ ଦେଖିବାକୁ ବାକି ରହିଲାଏହାର କେବେ ତଦନ୍ତ ହେଉଛି?