ଅସୁସ୍ଥ କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲାଲକୃଷ୍ଣ ଆଡଗାନୀ

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ବିଗିଡିଛି ସ୍ୱସ୍ଥ୍ୟାବସ୍ଥା । ତେଣୁ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ଅହରହ ଯାଞ୍ଚ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇ ପଡ଼ିଥିଲେ ଆଡଭାନୀ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଡଭାନୀ ୟୁରୋଲୋଜି ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ତେବେ ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ୯୬ ବର୍ଷୀୟ ଏଲକେ ଆଡଭାନୀଙ୍କୁ ଏମ୍ସର ଜିରିୟାଟ୍ରିକ ବିଭାଗରେ ଭର୍ତ୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ଆଡଭାନୀଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।