କେପି ଓଲି ପୁଣିଥରେ ପ୍ରଧାନମନ୍ତ୍ରୀ ନିଯୁକ୍ତ

କାଠମାଣ୍ଡୁ: ବହୁ ବାଦ ବିବାଦ ସତ୍ତେ୍ୱ ନେପାଳର ପ୍ରଧାନମନ୍ତ୍ରୀ ଭାବେ ବହୁମତ ସାବ୍ୟସ୍ତ କଲେ କେପି ଶର୍ମା ଓଲି । ଫଳରେ ପୁଣି ତାଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି । ନିକଟରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇ ଓଲି ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ । କିନ୍ତୁ ଗତକାଲି ବିରୋଧୀଙ୍କୁ ମାତ ଦେଇ ବହୁମତ ସାବ୍ୟସ୍ତ କରିବାରେ ଓଲି ସଫଳ ହୋଇଥିଲେ । ନେପାଳ ରାଷ୍ଟ୍ରପତି ଗୁରୁବାର ସଂଧ୍ୟାରେ ବିଜ୍ଞପ୍ତି ଜାରି କରି କହିଛନ୍ତି, ସମ୍ବିଧାନର ଧାରା ୭୮ (୩) ଅନୁଯାୟୀ ସିପିଏନ-ୟୁଏମଏଲର ଅଧ୍ୟକ୍ଷ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ଶୁକ୍ରବାର ରାଷ୍ଟ୍ରପତି ତାଙ୍କ ଶପଥପାଠ କରାଇବେ ।