ସୁଟିଂ ସେଟରେ ପହଞ୍ଚିଲେ ବିଗ୍ ବି

ମୁମ୍ବାଇ: କରୋନା ମହାମାରୀରୁ ସୁସ୍ଥ ହୋଇ ସୁଟିଂ ସେଟ୍ କୁ ଓହ୍ଳାଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ତେବେ ‘କୌନ୍ ବନେଗା କରୋଡପତି’ ସୁଟିଂ ଆରମ୍ଭ ହୋଇଛି । ନିଜର ଫ୍ୟାନ୍ସ ମାନଙ୍କୁ ଅମିତାଭ୍ ଟୁଇଟ୍ କରି ସୁଚନା ଦେଇଛନ୍ତି । ବିଗ୍ ବି ନିଜ ଟୁଇଟର ପେଜରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଶୋ’ର କ୍ରୁ ମେମ୍ବରସ୍ ମାନେ ପିପିଇ କିଟ୍ ପିନ୍ଧିଥିବା ନଜର ଆସୁଛନ୍ତି ଏବଂ ସୁଟିଂ କରୁଥିବା ଦେଖିବାକୁ ମିଳିଛି ।
ସେୟାର କରିଥିବା ପୋଷ୍ଟ୍ ର କ୍ୟାପସନରେ ବିଗ୍ ବି ଲେଖିଛନ୍ତି ପୁଣି କାମକୁ ଫେରି ଆସିଛି । ନୀଳ ରଙ୍ଗର ସମୁଦ୍ର ଭିତରେ ଚାଲିଛି ‘କେବିସି୧୨’ର ସୁଟିଂ । ଏଥିସହିତ ସେ ଲେଖିଛନ୍ତି ଯେ, ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା । ଆଉ ଏବେ ୨୦୨୦ରେ ପହଞ୍ଚିଛି । ୨୦ ବର୍ଷର ଯାତ୍ରା ।
ତେବେ ସୁଚନା ଥାଉ କି, କରୋନା ମହାମାରୀ ପାଇଁ ଲକଡାଉନ୍ ସଟଡାଉନ୍ ଚାଲିଥିବାରୁ ସବୁ ଫିଲ୍କ ଓ ଟିଭି ସିରିୟଲ୍ ସୁଟିଂ ବନ୍ଦ ରହିଥିଲା । ଏଥିପାଇଁ ଅମିତାଭଙ୍କୁ ‘କେବିସି୧୨’ର ସୁଟିଂ ଘରେ ହିଁ କରିବାକୁ ପଡିଥିଲା । ଏଥିଲାଗି ରେଜିଷ୍ଟ୍ରେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିଲା । ହେଲେ ହଠାତ୍ ବିଗ୍ ବି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶୋ’ ସୁଟିଂ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । କିନ୍ତୁ ଏବେ ସେ ସୁଟିଂ ସେଟ୍ କୁ ପୁଣି ଫେରି ଆସିଛନ୍ତି ।