ଭଞନଗର : ଭଞନଗରର ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ଭୁଷୁଣ୍ଡୁପାଳ ଗ୍ରାମ ଛକ ନିକଟସ୍ଥ ରାସ୍ତା ପାଖରେ ଥିବା ଧାନ କ୍ଷେତରେ ଏକ କିନ୍ନରର ମୃତ ଶରୀର ପଡ଼ି ରହିଛି। ମୃତ କିନ୍ନରଟିର ବୟସ ପ୍ରାୟ ୨୦/୨୧ ବର୍ଷ ହେବ ବୋଲି କୁହାଯାଇଛି। କିନ୍ନରର ପରିଚୟ ମିଳି ପାରି ନାହିଁ। ଗତ ରାତିରେ କିନ୍ନରଟିକୁ କିଛି ଦୁର୍ବୃତ ରାସ୍ତା ପାଖର ଧାନ କ୍ଷେତକୁ ଡାକି ଆଣି ତାର ଗଳା ଚିପି ଅତି ନିଷ୍ଟୁର ଭାବେ ହତ୍ୟା କରିଥିବାର ସନ୍ଦେହ କରାଯାଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । ଜଗନ୍ନାଥ ପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ବିଡିପିର ଅଞ୍ଚଳରେ ଚହଳର ସୃଷ୍ଟି କରିଦେଇଛି।