ଅଲିପୁରରୁ ଆସିବ ‘ଖୁସି’ ପାଇଁ ସାଥି

‘ଖୁସି’କୁ ମିଳିବ ସାଥୀ।

(ଭୁବନେଶ୍ୱର) : ‘ଖୁସି’କୁ ମିଳିବ ସାଥୀ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ଜିରାଫ ‘ଖୁସି’କୁ ମିଳିବ ଜୀବନ ସାଥୀ। ୭ ବର୍ଷ ଧରି ନିଃସଙ୍ଗ ଜୀବନ ବିତାଉଥିବା ଜିରାଫ ପାଇଁ ଆଉ ଏକ ଜିରାଫ ଆସିବ ବୋଲି ସୂଚନା ମିଳିଛି । ଅଲିପୁର ଚିଡ଼ିଆଖାନାରୁ ଖୁସି ପାଇଁ ସାଥୀ ଆଣିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସେହିପରି ନନ୍ଦନକାନନ ଚିଡ଼ିଆଖାନାରେ ଆଫ୍ରିକୀୟ ସିଂହୀ, ଚିଙ୍କାରା, ସାରସ କ୍ରେନ୍, ଲାର୍ଜ ଏଗରେଟ୍ ଭଳି ମୋଟ ୧୬ ପ୍ରଜାତିର ପକ୍ଷୀ, ୭ଟି ପ୍ରଜାତିର ସ୍ତନ୍ୟପାୟୀ ଓ ୪ ସରୀସୃପ ଦୀର୍ଘ ବର୍ଷ ହେଲା ନିଃସଙ୍ଗ ଜୀବନ ବିତାଉଛନ୍ତି। ସେମାନଙ୍କ ପାଇଁ ମଧ୍ୟ ସାଥୀ ଆସିବେ। ପୂର୍ବରୁ ନନ୍ଦନକାନନକୁ ଦୁଇ ଦୁଇ ଥର ଅଣ୍ଡିରା ଜିରାଫ ଅଣା ଯାଇଥିଲେ ମଧ୍ୟ ସେମାନେ ମରିଯିବାରୁ ଖୁସି ଏକୁଟିଆ ରହୁଛି।

ଚିଡିଆଖାନା ଆଇନ ଅନୁଯାୟୀ, ପ୍ରାଣୀମାନେ ନିଃସଙ୍ଗ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବା ସହ ବଂଶବୃଦ୍ଧି ଓ ବିକାଶ ଦିଗରେ ପ୍ରଭାବ ପଡ଼ିଥାଏ। ଏଣୁ ୨୦୨୨ ଶେଷ ସୁଦ୍ଧା ନିଃସଙ୍ଗ ପ୍ରାଣୀଙ୍କୁ ସାଥୀ ମିଳିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।