ଭୁବନେଶ୍ୱର: ରାଜଧାନୀରେ କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ। କୁଖ୍ୟାତ ଅପରାଧୀ ଗାଣ୍ଡୁକୁ ଗିରଫ କରିଛି ଖାରବେଳନଗର ପୋଲିସ। ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ବେଳେ ଏନକାଉଣ୍ଟର କରିବାକୁ ପ୍ରସ୍ତୁତ ଥିଲା ପୋଲିସ। ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛି ଗାଣ୍ଡୁ ।
ସୂଚନାନୁସାରେ , ଗତ ୨୨ ତାରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ଅର୍ଚ୍ଚନା ସାହୁ ୟୁନିଟ୍-୩ର ଖଣ୍ଡିଆ ପାର୍କ ଆଡକୁ ବୁଲିବାକୁ ଯାଉଥିବା ସମୟରେ, ଅଭିଯୁକ୍ତ ସାମ୍ନା ପାର୍ଶ୍ୱରୁ କଳା ହେଲମେଟ୍ ସହ ନମ୍ବର ପ୍ଲେଟ୍ ନଥିବା ଏକ ଲାଲ ରଙ୍ଗର ହୋଣ୍ଡା ଆକ୍ଟିଭା ସ୍କୁଟିରେ ଆସି ଝାମ୍ପିନେଇଥିଲା ୧୨ ଗ୍ରାମ ଓଜନର ସୁନା ଚେନ୍। ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ପରେ ଜଣାପଡିଥିଲା ଅଭିଯୁକ୍ତର କାରନାମା । ଗାଣ୍ଡୁ କଲୋନିର ଜଣେ ବ୍ୟକ୍ତିଙ୍କୁ ଛିନତାଇ କରିଥିବା ସୁନା ଚେନକୁ ଅତି କମ ମୂଲ୍ୟରେ ବିକ୍ରୟ କରୁଥିବା ଖବର ପାଇଥିଲା ପୋଲିସ। ଏନେଇ ଅଭିଯୁକ୍ତକୁ ମାଷ୍ଟର କ୍ୟାଣ୍ଟିନ୍ ଛକ କେଶରୀ ହୋଟେଲ ନିକଟରେ ତାକୁ ଠାବ ବେଳେ ଖସିବାକୁ ଉଦ୍ୟମ କରିଥିଲା। ହେଲେ ଡ୍ୟୁଟିରେ ଥିବା ଅଫିସର ଏନକାଉଣ୍ଟର ଭୟ ଦେଖାଇବା ପରେ ଶେଷରେ ପୋଲିସ ଆଗରୁ ଖସି ପାରିନଥିଲା ।