ଖୁବ ଶ୍ରୀଘ କେଜିଏଫ ୨

(ରିପୋର୍ଟସ ଟୁଡ଼େ) ଗତ ବର୍ଷ ରିଲିଜ ହୋଇଥିବା ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍- ୧ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲାା ଫିଲ୍ମଟି ନିଜ ସଫଳତା ନେଇ ରେକର୍ଡ ମଧ୍ୟ କରିଥିଲା । ପୁଣି ଥରେ ରେକର୍ଡ଼ ଭାଙ୍ଗିବାକୁ ଆସୁଛି କେଜିଏଫ ୨ । ପ୍ରଥମ ପାର୍ଟର ସଫଳତା ପରେ ଏବେ ଆରମ୍ଭ ହୋଇଛି ଏହାର ଦ୍ୱିତୀୟ ପାର୍ଟର ସୁଟିଂ ଯାହାକୁ ନେଇ ଅଭିନେତା ୟଶ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତିା
ଫିଲ୍ମର ସୁଟିଂ ଆରମ୍ଭ ବିଷୟରେ ଅଭିାନେତା ୟଶ ଟ୍ଵିଟ କରିଛନ୍ତି , ଆଉ ଏବେ ଏହା ଆରମ୍ଭ ହୋଇଗଲା । କେଜିଏଫ୍-୧ରେ ସମସ୍ତଙ୍କ ଭଲ ପାଇବା ପାଇବା ପରେ ଏବେ କେଜିଏଫ୍-୨ ଡବଲ ଧମାକା କରିବାକୁ ଯାଉଛିା ଏଥିପାଇଁ ପ୍ରତିଥର ଭଳି ଆପଣଙ୍କ ଭଲ ପାଇବାର ଆବଶ୍ୟକ ରହିଛିା

ସୂଚନା ଅନଯାୟୀ ସବୁ କିଛି ସଠିକ୍ ସମୟରେ ଯଦି ହୁଏ ତେବେ ଫିଲ୍ମର ଦ୍ୱିତୀୟ ପାର୍ଟ ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍ ହୋଇପାରୋ ତେବେ କେଜିଏଫ୍ –୨ରେ ଯଶଙ୍କ ବ୍ୟତିତ ଅଭିନେତା ସଂଞ୍ଜୟ ଦତ୍ତଙ୍କ ସହ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ଦେଖିବାକୁ ମିଳିବ ।