ଆଇସକ୍ରିମ୍ କାଠିରେ କେଦାରନାଥ ମନ୍ଦିର

(ଜୟନ୍ତ କୁମାର ସେଠୀ / ଗୋପ) ; ଦୀର୍ଘ ୬ମାସ ପରେ ମେ ୧୭ରେ କେଦାରନାଥ ମନ୍ଦିର ଖୋଲାଯାଇଛି । ଏହି ଅବସରରେ ଆଇସକ୍ରିମ୍ କାଠି ସାହାଯ୍ୟରେ ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ ନାୟକ ଏକ ଛୋଟ କେଦାରନାଥ ମନ୍ଦିର ତିଆରି କରିଛନ୍ତି।ଏହା ବେଶ ଆକର୍ଷଣୀୟ ହୋଇଛି।ଏହି କଳାକୃତି ନିର୍ମାଣ ପାଇଁ ବିଶ୍ୱଜିତ ୧୭୫ଟି ଆଇସକ୍ରିମ କାଠି ବ୍ୟବହାର କରିଛନ୍ତି। ୧୦ ଇଞ୍ଚ ଲମ୍ବ ଓ ୭ ଇଞ୍ଚ ଚଉଡା ଏହି କଳାକୃତି ପାଇଁ ତାଙ୍କୁ ୨୭ଘଣ୍ଟା ସମୟ ଲାଗିଥିଲା।ତେବେ ଏହି ନିଆରା କଳାକୃତି କୁ ଇଣ୍ଡିଆ ବୁକ ଅଫ ରେକର୍ଡ ୨୦୨୧ରେ ସ୍ଥାନ ଦେବା ପାଇଁ ବିଶ୍ୱଜିତ ମଧ୍ୟ ଆବେଦନ କରିଛନ୍ତି। ତେବେ ନିଆରା କଳାକୃତି ଟି ବେଶ ଆକର୍ଷଣୀୟ ହୋଇଛି।