ମୁମ୍ବାଇ: କରୋନା ମହାମାରି ଯୋଗୁଁ ହୋଇଥିବା ଲକଡାଉନ ପାଇଁ ବହୁ ଲୋକଙ୍କର ଆର୍ଥିକ ସମସ୍ୟା ଦେଖାଦେଇଛି । ତେବେ ଏହି ସମୟରେ ବଲିଉଡ୍ କଳାକାର ମାନେ ଲଗାତର ସାହାଯ୍ୟର ହାତ ବଢ଼ାଉଛନ୍ତି । ନିକଟରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଲକ୍ଡାଉନ୍ ଯୋଗୁଁ ଡ୍ୟାନ୍ସର୍ସ ମାନଙ୍କ ହାତରେ କାମ ନଥିବା କାରଣରୁ ସେମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ସମସ୍ତଙ୍କ କାମ ଠପ୍ ହୋଇ ପଡିଛି । ସେ ୧୦୦ ଜଣ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ସଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ଯାହା ଦ୍ୱାରା ସେମାନେ କିଛି ଆର୍ଥିକ ସ୍ତରରେ ଦୃଢ଼ ହୋଇ କିଛି କାମ କରି ପାରିବେ । ତେବେ କ୍ୟାଟ୍ରିନାଙ୍କ ପୁର୍ବରୁ ସାହିଦ୍ କପୁର ମଧ୍ୟ କିଛି ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ସଙ୍କୁ ସାହାଯ୍ୟ କରିଥିଲେ ।