ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ

ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ସତନାମୀ ନଗରରେ

(ବଲାଙ୍ଗୀରି) : ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ସତନାମୀ ନଗରରେ । ପାରିବାରିକ କଳହରୁ ନିଜ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ସତନାମୀ ନଗରର କୈଳାସ ସତନାମୀ ତାଙ୍କ ସ୍ତ୍ରୀ ପୁଷ୍ପା ସତନାମୀ (୩୨) ଙ୍କୁ ଗତକାଲି ବିଳମ୍ବିତ ରାତିରେ ହତ୍ୟା କରିଥିବା ପୁଷ୍ପାଙ୍କ ପରିବାର ଲୋକେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଭାବେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ତ୍ରୀକୁ ହତ୍ୟା କରି ଫେରାର ମାରୁଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ବଙ୍ଗୋମୁଣ୍ଡା ପୋଲିସ ଅଟକ ରଖି ତଦନ୍ତ କରି ପଚରା ଉଚରା ଜାରି ରଖିଛି । ତେବେ କେଉଁ କାରଣରୁ ହତ୍ୟା କଲା ତାହା କାରଣ ଅସ୍ପଷ୍ଟ ରହିଛି ।

ସୂଚନାନୁସାରେ , ପୂର୍ବରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମନମାଳିନ୍ୟ ହେବା ସହ ପ୍ରାୟ ସମୟରେ ଝଗଡା ହେଉଥିଲେ। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଝଗଡା ହୋଇଥିଲା । ଫଳରେ କୈଳାସ ତାଙ୍କ ସ୍ତ୍ରୀ ପୁଷ୍ପାଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି। ଆଜି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ବଙ୍ଗୋମୁଣ୍ଡା ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ବଙ୍ଗୋମୁଣ୍ଡା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।