କପିଲ ଶର୍ମାଙ୍କୁ ଚାପୁଡ଼ା ମାରିଲେ ତାଙ୍କ ପତ୍ନୀ
କପିଲ ଶର୍ମା ନିଜର ପ୍ରଶଂସକଙ୍କୁ ହସେଇ ହସେଇ ବେଦମ କରିବାକୁ କୌଣସି ସୁଯୋଗ ଛାଡ଼ି ନଥାନ୍ତି କିନ୍ତୁ ଚାପୁଡ଼ା ମାରୁଥିବାର ଭିଡିଓ ଭାଇରଲ ହେବାରେ ଲାଗିଛି ।
(ମୁମ୍ବାଇ) : କମେଡି କିଙ୍ଗଙ୍କୁ ଜଣେ ଯୁବତୀ ମାରିଲେ ଚାପୁଡ଼ା । କପିଲ ଶର୍ମା ନିଜର ପ୍ରଶଂସକଙ୍କୁ ହସେଇ ହସେଇ ବେଦମ କରିବାକୁ କୌଣସି ସୁଯୋଗ ଛାଡ଼ି ନଥାନ୍ତି କିନ୍ତୁ ଚାପୁଡ଼ା ମାରୁଥିବାର ଭିଡିଓ ଭାଇରଲ ହେବାରେ ଲାଗିଛି । ତେବେ ଏବେ ଏହି ପୋଷ୍ଟ ଭାଇରଲ ହେବାରେ ଲାଗିଛି ।

ଏହି ସମୟରେ କପିଲ ଶର୍ମା ଏକ ସୁନ୍ଦର ଫନି ଭିଡ଼ିଓ ଇନଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ କପିଲ ଜଣେ ସୁନ୍ଦରୀ ଯୁବତୀଙ୍କ ସହ ଫ୍ଲର୍ଟ କରିବାର ନଜର ଆସିଛି , ହେଲେ ସେତେବେଳେ ସୁମୋନା ଚକ୍ରବର୍ତ୍ତୀ ଆସିଯାନ୍ତି ଏବଂ ଏହାପରେ ଏମିତି କିଛି ହୁଏ ଯୁବତୀ ଜଣଙ୍କ କପିଲ ଶର୍ମାଙ୍କୁ ଚାପୁଡ଼ା ମାରନ୍ତି ।

ସୂଚନାନୁଯାୟୀ , କପିଲ ଶର୍ମା ଏକ ଫନି ଭିଡ଼ିଓ ସେୟାର କରିଛନ୍ତି , ଏହି ଭିଡ଼ିଓରେ ଲାଲ୍ ଡ୍ରେସ୍ରେ ଜଣେ ସୁନ୍ଦର ଯୁବତୀ କପିଲଙ୍କ ସହ କଥା ହେବାର ଦେଖିବାକୁ ମିଳୁଛି । ପତ୍ନୀଙ୍କ ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ସୁମୋନା ଆସନ୍ତି ଏବଂ କପିଲଙ୍କ ସବୁ ପୋଲ୍ ଖୋଲିଦିଅନ୍ତି । ଏ ସବୁ ଜାଣି ଯୁବତୀ ବିରକ୍ତି ହୋଇ ଯାଆନ୍ତି ଏବଂ କପିଲଙ୍କ ଚାପୁଡ଼ା ମାରି ଚାଲିଯାଆନ୍ତି ।