ଚଣ୍ଡିଖୋଲ ୧୪।୫: ସଡକ ଦୁର୍ଘଟଣା ହେବାରୁ ୯ଗ୍ରାମର ଧଳା ଜହର ଧରାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଶ୍ରୀରାମପୁର ଟୋଲ୍ ଗେଟ୍ ନିକଟରୁ ।
ସୂଚନାଯୋଗ୍ୟ ଯେ, ଗୋଟିଏ ବାଇକରେ ୨ ଜଣ ଯୁବକ ଚଣ୍ଡିଖୋଲ ପଟୁ ଆସୁଥିବା ବେଳେ ଶ୍ରୀରାମପୁର ଟୋଲ୍ ଗେଟ୍ ସମ୍ମୁଖରେ ଗୋଟିଏ ବାଇକକୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରୁ ୨ଯୁବକ ଖସିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀମାନେ ଜଣଙ୍କୁ କାବୁ କରି ନେଇଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଗିରଫ କରିଥିବା ବେଳେ ଯୁବକଙ୍କ ନିକଟରୁ ୯ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି । ଗିରଫ ଯୁବକ ମାହାଙ୍ଗା ଅଞ୍ଚଳର ବୋଲି ଜଣାପଡିଛି ।