(ମୁମ୍ବାଇ) : ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି ଫିଲ୍ମ ‘ବିକ୍ରମ’ । ନିର୍ଦ୍ଦେଶକ ଲୋକେଶ କନକରାଜଙ୍କ ଏଣ୍ଟରଟେନମେଣ୍ଟ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ଏହାସହ ଏହି ଓ୍ବିକେଣ୍ଡରେ ଏହି ଫିଲ୍ମ ୩୫୦କୋଟିର କଲେକ୍ସନ କରିବ ବୋଲି ପ୍ରସ୍ତୁତି ଜାରି ରଖିଛି । ଏପି ଇଣ୍ଟରନେଶନ୍ୟାଲର ପ୍ରବନ୍ଧ ନିର୍ଦ୍ଦେଶକ ତଥା ଫିଲ୍ମର ଅନ୍ତରାଷ୍ଟ୍ରୀୟ ବିତରଣର ସହଭାଗିତା ଥିବା ସଞ୍ଜୟ ବାଧବା କହିଛନ୍ତି କି ଫିଲ୍ମ ପ୍ରତ୍ୟେକ ଦେଶରେ ରେକର୍ଡ ସ୍ତରର କଲେକ୍ସନ କରିଛି । ଆହୁରି ମଧ୍ୟ କହିଛନ୍ତି କି ମୋତେ ଲାଗୁଛି କି ସୋମବାର ସୁଦ୍ଧା ବିଦେଶରେ ‘ବିକ୍ରମ’ କଲେକ୍ସନ ୧୦୦କୋଟି ଆୟ କରିବ ।
ସୂଚନାନୁଯାୟୀ , ଶୁକ୍ରବାର ‘ବିକ୍ରମ’ର ଟିମ୍ ଏକ ସକ୍ସେସ ପାର୍ଟିର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଲୋକେଶ, ଅଭିନେତା କମଲ ହାସ, ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ଏବଂ ଉଦୟନିଧି ଷ୍ଟାଲିନ ସହିତ କେତେକ ଗଣମାଧ୍ୟମ ବ୍ୟକ୍ତି ବି ସାମିଲ ଥିଲେ ।