କଂଗ୍ରେସ ଛାଡିଲେ କଳାହାଣ୍ଡିର ଏକାଧିକ ନେତା, ଶତାଧୀକ କର୍ମୀ 

(ସରୋଜ ରାଉତ) ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କଂଗ୍ରେସର ବିଭିନ୍ନ ପଦପଦବୀରେ ଥିବା ଏକାଧିକ ନେତା ଓ ଶତାଧିକ କର୍ମୀ ଆଜି କଂଗ୍ରେସରୁ ସାମୂହିକ ଇସ୍ତଫା ଦେଇଛନ୍ତି । ଇସ୍ତଫାରେ ସେମାନେ ଦର୍ଶାଇଛନ୍ତି, ଦଳର ଦୁର୍ଦ୍ଦିନରେ ଏହି କର୍ମୀ ଓ ନେତାମାନେ ଦଳକୁ ମଜବୁତ କରିବାରେ ସହାୟକ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଚୟନରେ ଦଳ ସେମାନଙ୍କୁ ଉପେକ୍ଷା କରିଛି । ତେଣୁ ସେମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ।

ଇସ୍ତଫା ଦେଉଥିବା ନେତା ଓ କର୍ମୀଙ୍କ ଅନୁଯାୟୀ, ଦଳ ଗୋଟିଏ ପରିବାରର ଏକାଧିକ କର୍ମୀଙ୍କୁ ଟିକେଟ ଦେଉଥିବା ବେଳେ ସେମାନଙ୍କ ପରିଶ୍ରମକୁ ସମ୍ମାନ ଦେଇନାହିଁ । ତେଣୁ ଦଳର ପରାଜୟ ସୁନିଶ୍ଚିତ । ନିଜ ସ୍ୱାଭୀମାନ ବଜାୟ ରଖବବାକୁ ଦଳୀୟ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା କରୁଥିବା କହିଛନ୍ତି ।