ସୋନପୁର/ ଓମପ୍ରକାଶ ମିଶ୍ର : ସୋନପୁର ବସଷ୍ଟାଣ୍ଡ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ମହାମାରି କରୋନାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଚେରମୂଳୀ ଔଷଧୀୟ ତିଆରି କରି” କାଡା ଚା ‘ ସୋନପୁର ବସଷ୍ଟାଣ୍ଡ ରେ ଆଜି ସକାଳୁ ମାଗଣାରେ ବଣ୍ଟନ କରାଯାଇଛି। ନିଜ ନିଜର ସରକାରୀ ଗାଇଡଲାଇନ ମାନି କାଡା ଚା ପିଉଥିବା ଦେଖିବାକୁ ମିଳିଛି ।