ଶପଥ ଗ୍ରହଣ ଉତ୍ସବରେ କ’ଣ ପାଇଁ ଅନୁପସ୍ଥିତ ଥିଲେ ଜୁଏଲରାମ

(ଆଦର୍ଶ ରାଉତ/ମମତା ସାମଲ)ରିପୋର୍ଟସଟୁଡେ: ଆରମ୍ଭ ହୋଇସାରିଛି ଦ୍ୱିତୀୟ ନମୋ ଯୁଗ । ନମୋ ଯୁଗର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇନଥିଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ରାମ ।  ଓଡ଼ିଶାରେ ଆଦିବାସୀଙ୍କ ଚେହେରା ଭାବେ ପରିଚିତ ପାଞ୍ଚଥରର ସାଂସଦ ଶ୍ରୀ ଓରାମଙ୍କୁ ରାଉରକେଲାରେ ନାଗରିକ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ସେ ଏହା ପଛର କାରଣ  ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।। ଶ୍ରୀ ଓରାମ କହିଛନ୍ତି ଯେ, ତାଙ୍କୁ ମନ୍ତ୍ରୀ କରାନଯିବା ତାଙ୍କୁ ବେଶ୍ ବାଧିଥିଲା । ସେ ବି ଜଣେ ରକ୍ତମାଂସଧାରୀ ମଣିଷ। ତାଙ୍କୁ ଅନେକ ଲୋକ ମଧ୍ୟ କହିଥିଲେ ଯେ, ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଆଲୋଚନା ଚାଲିଛି। ସବୁ ଗଣମାଧ୍ୟମରେ ବି ତାଙ୍କୁ ମନ୍ତ୍ରୀ ପଦ ମିଳିବାକୁ ନେଇ ଚର୍ଚ୍ଚା ରହିଥିଲା । ତାଙ୍କୁ ମଧ୍ୟ ଲାଗୁଥିଲା ଯେ ସେ ପୁଣି ମନ୍ତ୍ରୀ ପଦ ପାଇବେ। ତେବେ ସେ ଯାହାହେଉ ମନ୍ତ୍ରୀ ପଦ ମିଳିଲାନି। ସେ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀ ଯାଇଥିଲେ। ଶପଥ ସମାରୋହକୁ ଆମେ ଯିବା କି ନାହିଁ ବୋଲି ପତ୍ନୀଙ୍କୁ ପଚାରିଥିଲି। କିନ୍ତୁ ସେ ଦେହ ଭଲ ଲାଗୁନି କହି ଯିବାକୁ ଇଚ୍ଛା କଲେନି। ତେଣୁ ସେ ବି ଶପଥ ଗ୍ରହଣ ସମାରୋହକୁ ଗଲେନି ବୋଲି ଶ୍ରୀ ଓରାମ କହିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ସମୟରେ ବିଜେପିର ବରିଷ୍ଠ ନେତା ଜୁଏଲଓରାମ ତାଙ୍କ ଧର୍ମପତ୍ନିଙ୍କ ସହ ଦିଲ୍ଲୀରେ ଉପସ୍ଥିତ ଥିଲେ । କିନ୍ତୁ ତାଙ୍କ ପତ୍ନି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ମନା କରିବାରୁ ସେ ଯାଇନଥିଲେ ।
ଏହାସହ ମଧ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ରାମ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ ନକରାଯାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।