ଭୁବନେଶ୍ୱର: ଓଡିଶାରୁ ହଟିବନି JSWର ଇଭି କାରଖାନା । ଓଡିଶାରୁ JSW ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ନେଇ କମ୍ପାନି ପକ୍ଷରୁ ପ୍ରତିକ୍ରିୟା ମିଳିଛି । କର୍ପୋରେଟ୍ ଷ୍ଟ୍ରାଟେଜି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକ କହିଛନ୍ତି ଯେ ଆମେ ଏହି ପ୍ରକଳ୍ପ ଓଡିଶାରୁ ପ୍ରତ୍ୟାହାର କରୁନାହୁଁ।କଟକର ନରାଜରେ ହେବାର ଅଛି JSW କାରଖାନା । ବୈଦ୍ୟୁତିକ ଯାନର ବ୍ୟାଟେରୀ ପ୍ରସ୍ତୁତି ପାଇଁ କାରଖାନା କରାଯିବ ବୋଲି କୁହାଯାଉଛି ।
ତେବେ ଗତ ୭ ମାସ ତଳେ ପୂର୍ବ ସରକାର ସମୟରେ ହୋଇଥିଲା ଚୁକ୍ତି। ଏବେ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ଚର୍ଚ୍ଚା ଜୋର ଧରିଛି। ଗତ ଫେବ୍ରୁୟାରୀ ୧୦ରେ ରାଜ୍ୟ ସରକାରଙ୍କ ସହ ହୋଇଥିଲା ଚୁକ୍ତି । ତେବେ ଗଣମାଧ୍ୟମ ରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ପ୍ରତିକ୍ରିୟା ଦେଇ କହିଥିଲେ ଓଡିଶା ଛାଡିବା ସମ୍ପର୍କରେ ନିଷ୍ପତ୍ତି ହୋଇନି । ନିବେଶବମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି । ବିଭିନ୍ନ କାରଣ ପାଇଁ ପ୍ରକଳ୍ପ କାମ ବିଳମ୍ବ ହୁଏ । JSW ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି । ସ୍ଥାନାନ୍ତର ପାଇଁ ଫାଇନାଲ ହୋଇନି ।