୫ ବବିଙ୍କ ପରେ ଜିତୁୁ, ସମୀକ୍ଷା ବେଳେ ସିଲ୍ କଲେ ବିଧାୟକ

Jitu after Boby, MLAs seal during review

ଯାଜପୁର: କ୍ଷମତାରେ ଥାଇ ଚଳାଇଥିଲେ ରାଜୁତି । ଏବେ କ୍ଷମତାରୁ ଗଲା ପରେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମ୍ନାକୁ ଆସୁଛି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ତାଙ୍କ ସରକାରୀ କ୍ୱାର୍ଟର୍ସକୁ ଜିଏଙ୍କ ବିନା ଅନୁମତି ଅବୈଧ ନିର୍ମାଣ କରି ବିଳାସପ୍ରୂ୍ଣ୍ଣ ଭବନ କରିଥିବା କଥା ଏବେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟିଛି । ଖାଲି ଭୁବନେଶ୍ୱରରେ ଅଟକି ଯାଇନଥିଲା ବିଜେଡି ନେତାଙ୍କ ଦୁର୍ନୀତି, ଏହି ଚେର ଯାଜପୁର ପର୍ଯ୍ୟନ୍ତ ମଧ୍ୟ ମାଡ଼ିଥିବା ଏବେ ସାମ୍ନାକୁ ଆସିଛି । ଯାଜପୁର ସହରସ୍ଥିତ କୁସୁମା ପ୍ରକଳ୍ପ ଭିତରେ ଶିଶୁ ଉଦ୍ୟାନକୁ ହଟାଇ ଆଲିସାନ ବଙ୍ଗଳା ନିର୍ମାଣ କରିବା ସ୍ଥାନୀୟ ଅଞ୍ଚଳରେ ଏବେ ଆଲୋଚନାକୁ ଆସିଛି । ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ଓରଫ ଜିତୁଙ୍କ ଶୀତ ତାପ ନିୟନ୍ତ୍ରିତ ଢ଼ାବା ଓ ଲଜ ଏବେ ଚର୍ଚ୍ଚାକୁ ଆସିଛି । ଯାହାର ନାଁ ଥିଲା ‘ ବଲେ ବଲେ ଢ଼ାବା’ । ନବ ନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ବ୍ଲକ ଉନ୍ନୟନ କାମର ସମୀକ୍ଷା ବେଳେ ବିନା କାଗଜପତ୍ରରେ ଏହି ଢ଼ାବାକୁ ଲିଜ ଦିଆଯାଇଥିବା ଜଣାପଡ଼ିଛି । ଏହାକୁ ତୁରନ୍ତ ସିଲ କରିବାକୁ ସେ ବ୍ଲକ କର୍ତୃପକ୍ଷଙ୍କୁ କହିଛନ୍ତି ।
୧୬ ନମ୍ବର ଜାତୀୟ ରାଜପଥରେ ଚଣ୍ଡିଖୋଲ ନିକଟ ନେଉଳପୁରଠାରେ ସାଂସ୍ମୃତିକକାର୍ଯ୍ୟକ୍ରମ ପାଇଁ ନିର୍ମାଣ ହୋଇଛି ଧର୍ମଶଷାଳା ଭବନ । ପୂର୍ବତନ ବିଧାୟକ ସ୍ୱର୍ଗତ କଳ୍ପତର ଦାସଙ୍କ ଅମଳରେ ଏହା ନିର୍ମିତ ହୋଇଥିଲା । ଏହି ଧର୍ମଶାଳା ଭବନରେ ରହିଛି ‘ବଲେ ବଲେ ଢ଼ାବା’ ଓ ଲଜ । ସବୁଠାରୁ ବଡ଼ କଥା ହେଉଛି ଏହା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ସେହି ଅର୍ଥ ବିଧାୟକ ଓ ସାଂସଦ ପାଣ୍ଠିରୁ ଦିଆଯାଇଛି । ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସ୍ୱୀକାର କରି କହିଛନ୍ତି ରାଜସ୍ୱ ଆୟ ପାଇଁ ସାଂସଦ ଓ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ସହିତ ଅନ୍ୟାନ୍ୟ ଅନୁଦାନରୁ ଏହି ଢ଼ାବା ତିଆରି ହୋଇଛି । ବିନା କାଗଜ ପତ୍ରରେ ଏହି ଢ଼ାବା ଲିଜ ଦିଆଯାଇଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଅନୁମତି ଦେଇଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ ।