ଶୃଙ୍ଖଳାର ସହ ଝାରସୁଗୁଡ଼ା ଓ ଗଜପତି ବନ୍ଦ ପାଳନ କଲା ବିଜେପି

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ତେଜିବାରେ ଲାଗିଛି।

(ଝାରୁସୁଗୁଡା) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ତେଜିବାରେ ଲାଗିଛି। ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଝାରସୁଗୁଡ଼ା ଓ ଗଜପତି ବନ୍ଦ ଡାକରା ଦିଆଯାଇଥିଲା ।

ସୂଚନାନୁଯାୟୀ ,ଆଜି ଗଜପତି ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି । ସମାନ ଘଟଣାରେ ଆଜି ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଥିଲା ବିଜେପି।  ସକାଳୁ ସକାଳୁ ବିଜେପି କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରି ନାରାବାଜି କରୁଥିଲା ।