ଇନ୍ଦ୍ରଧନୁ ମାର୍କେଟରୁ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱର ଅପରାଧୀଙ୍କ ଆଡ୍ଡା ପାଲଟିଛି। କମିସନରେଟ ପୋଲିସକୁ ଚ୍ୟାଲେଂଜ ଦେଉଛନ୍ତି ଲୁଟେରା । ରାଜଧାନୀରେ ବଡ଼ ଧରଣର ଲୁଟ୍ । ଗତକାଲି ରାତିରେ ଭୁବନେଶ୍ୱରର ନୟାପଲ୍ଲୀ ନିକଟସ୍ଥ ଇନ୍ଦ୍ରଧନୁ ମାର୍କେଟରେ ଏକ ଦୋକାନରୁ ଲୁଟେରାମାନେ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତି ବ୍ୟାଗ ଲୁଟ କରିଛନ୍ତି । ଦୋକାନର ଜଣେ ଷ୍ଟାଫ୍ ସୁନା ବ୍ୟାଗକୁ ତଳେ ରଖି ଦୋକାନୀ ତାଲା ପକାଉଥିବା ବେଳେ କିଛି ଦୁବୃର୍ତ ସୁନା ବ୍ୟାଗକୁ ଲୁଟ କରି ନେଇଯାଇଛନ୍ତି । ଏନେଇ ଜୁଏଲାରୀ ଦୋକାନ ମାଲିକ ଲକ୍ଷ୍ମୀଧର ସୁବୁଦ୍ଧି ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଯାଂଚ ପରେ ଲୁଟ ସମୟର ଭିଡିଓ ମିଳିଥିବା ସୂଚନା ମିଳିଛି । ଏହି ଭିଡିଓକୁ ନେଇ ପୋଲିସ ଦୁବୃର୍ତଙ୍କୁ ଖୋଜିବା ପାଇଁ ଛାନଭିନ ଆରମ୍ଭ କରିଛି ।