ବିଜେପିରେ ଯୋଗ ଦେଲେ ବସବରାଜ ହୋରାତୀ

କର୍ଣ୍ଣାଟକ ବିଧାନ ପରିଷଦର ବର୍ତ୍ତମାନ ଅଧ୍ୟକ୍ଷ ଥିବା ବସବରାଜ ହୋରାତୀ ମଙ୍ଗଳବାର ବିିଜେପିରେ ସାମିଲ ହୋଇଛନ୍ତି ।

(ଦିଲ୍ଲୀ) : କର୍ଣ୍ଣାଟକ ବିଧାନ ପରିଷଦର ବର୍ତ୍ତମାନ ଅଧ୍ୟକ୍ଷ ଥିବା ବସବରାଜ ହୋରାତୀ ମଙ୍ଗଳବାର ବିିଜେପିରେ ସାମିଲ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ହୋରାତୀ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ୍‌ ବୋମାଇ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବସବରାଜ ହୋରାତୀ ।


୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ଦଳର ଭେଟେରାନ୍‌ ଲିଡର୍‌ ବସବରାଜ ହୋରାତୀ ବିଜେପିରେ ସାମିଲ ହେବା ବଡ ସଙ୍କେତ ଦେଇଛି । ନିର୍ବାଚନରେ ଏହା ନା କେବଳ ବିଜେପିକୁ ଫାଇଦା ଦେବ ବରଂ ବିଧାନ ପରିଷଦରେ ମଧ୍ୟ ଦଳର ସଦସ୍ୟ ସଂଖ୍ୟା ବୃଦ୍ଧିପାଇବ । ବସବରାଜ ହୋରାତୀ ଜନତା ଦଳ ତ୍ୟାଗ କରିବା ପରେ ଏବେ ଦଳ ଏବେ ଅସ୍ତିତ୍ବ ହରାଇବା ପରିସ୍ଥିତିରେ ।