ଜୟଦେବ ବିହାରର ଓଭରବ୍ରିଜ୍ ଉପରୁ ଗଳିପଡିଲେ ଯୁବକ

ଭୁବନେଶ୍ଵର ଜୟଦେବ ବିହାରରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା।

(ଭୁବନେଶ୍ୱର) : ଭୁବନେଶ୍ଵର ଜୟଦେବ ବିହାରରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଓଭରବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଲେ ବାଇକ୍ ଆରୋହୀ। ଓଭର ବ୍ରିଜ୍ ଉପରେ ବାଇକ୍ ଥିବାବେଳେ ତଳେ ପଡିଗଲେ ଯୁବକ । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନାନୁଯାୟୀ, ଯୁବକ ଜଣଙ୍କ ରସୁଲଗଡ ପଟୁ ବରମୁଣ୍ଡା ଆଡକୁ ଆସୁଥିଲେ। ଏହି ସମୟରେ ଜୟଦେବ ବିହାର ଓଭରବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ। ଓଭର ବ୍ରିଜ୍ ଉପରେ ବାଇକ୍ ଥିବାବେଳେ ଯୁବକ ଜଣଙ୍କ ତଳକୁ ଖସି ପଡିଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।