ଜ୍ୱର ହୋଇଥିଲା, କରୋନା ଭାବି କିରୋସିନି ପିଇଦେଲେ ଯୁବକ…ଚାଲିଗଲା

ଭୋପାଳ: କରୋନା ଭାଇରସକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନେକ ବ୍ୟକ୍ତି ଲକ୍ଷଣ ଥିଲେ ବି ଲାଚୁଉଛନ୍ତି । ଟେଷ୍ଟ କରୁନାହାଁନ୍ତି । କିଛି ବ୍ୟକ୍ତି ନିଜେ ମନଇଚ୍ଛା ଔଷଧ ଖାଉଛନ୍ତି । ଏହା ମଧ୍ୟରେ ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାକାର ଜଣେ ବ୍ୟକ୍ତି ଜ୍ୱର ହେବା ପରେ କିରୋସିନୀ ପିଇ ଦେଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଭୋପାଳ ଅଶୋକା ଗାର୍ଡେନର ମହେନ୍ଦ୍ରଙ୍କୁ ସାଧାରଣ ଜ୍ୱର ହୋଇଥିଲା । ଏହାକୁ ନେଇ ସେ ନିଜ ବନ୍ଧୁଙ୍କ ସହ ପରାମର୍ଶ କରିଥିଲେ । ବନ୍ଧୁମାନେ ତାଙ୍କୁ କିରୋସିନୀ ପିଇବାକୁ କହିଥିଲେ । ଏହା ପୂର୍ବରୁ ସେ ଅନେକ ଔଷଧ ଖାଇଥିଲେ ମଧ୍ୟ ଜ୍ୱର କମିନଥିଲା ।

ଏହିକାରଣରୁ ମହେନ୍ଦ୍ର ଚିନ୍ତାରେ ରହି ବନ୍ଧୁଙ୍କ କଥା ମାନି କିଛି ନବୁଝି କିରୋସିନି ପିଇ ଦେଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା । ପରିବାର ଲୋକେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସା ନମିଳିବାରୁ ଆଉ ଏକ ହସ୍ପିଚାଲରେ ମହେନ୍ଦ୍ରଙ୍କୁ ଭର୍ତ୍ତି କରାଯାଇଥିଲେ । ସେଠାରେ ସେ ପ୍ରାଣ ହରାଇଥିଲେ । ପ୍ରୋଟୋକଲ ଅନୁସାରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା ।