ଗୃହରେ ସାମ୍ବାଦିକଙ୍କ ପାଇଁ ସ୍ୱର ଉଠାଇଲେ ଜୟପୁର ବିଧାୟକ ତାରାବାହିନୀ ପତି

0

ଭୁବନେଶ୍ୱର; ଗୃହରେ ସାମ୍ବାଦିକଙ୍କ ପାଇଁ ସ୍ୱର ଉଠାଇଲେ ଜୟପୁର ବିଧାୟକ ତାରାବାହିନୀ ପତି । ସାମ୍ବାଦିକ ବୀମା ଯୋଜନାକୁ ବୃଦ୍ଧି ପାଇଁ ଗୃହରେ ଦାବି କରିଛନ୍ତି ତାରା । ବୀମାକୁ ୨୦ ଲକ୍ଷ ଯାଏଁ ବୃଦ୍ଧି ଏବଂ ଏଥିରେ ବାପା-ମାଆଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ତାରା ।ଏଥିସହ ବର୍ତ୍ତମାନ ଏହି ବୀମାରେ କର୍ମଜୀବୀ ସାମ୍ବାଦିକଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି । ସେହିପରି ସାମ୍ବାଦିକଙ୍କୁ ବିଧାନସଭା ଲବିକୁ ଯିବାକୁ ଅନୁମତି ଦିଆଯାଉ ବୋଲି ମଧ୍ୟ ଦାବି କହିଛନ୍ତି ତାରା ।