ଶେଷ ହୋଇଥିଲା ଟ୍ରେନିଂ । ଚାକାିରୀରେ ନୂଆ କରି ଯୋଗ ଦେଇଥାନ୍ତେ । ରବିବାର ଦିନ ହାସନ ଜିଲ୍ଲାରେ ହୋଇଥିଲା ପୋଷ୍ଟିଂ । ଚାକିରୀରେ ଯୋଗଦାନ କରିବାକୁ ଯିବା ବେଳେ ବାଟରୁ ଘୋଷାଡି ନେଲା ଯମ । ସଡକ ଦୁର୍ଘଟଣାରେ ଚାଲିଗଲା ଆଇପିଏସ ଅଧିକାରୀଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କର୍ଣ୍ଣାଟକର୍ୱେୃତକ ଯୁବକ ଜଣଙ୍କ ହେଉଛନ୍ତି ୨୬ ବର୍ଷୀୟ ଅଫିସର ହର୍ଷ ବର୍ଦ୍ଧନ ।
ସୂଚନା ମୁତାବିକ ହର୍ଷ ବର୍ଦ୍ଧନ ମଧ୍ୟପ୍ରଦେଶର ବାସିନ୍ଦା ଏବଂ କର୍ଣ୍ଣାଟକ କ୍ୟାଡରର ୨୦୨୩-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଥିଲେ। ସେ କାର୍ୟ୍ୟରେ ଯୋଗଦେବା ପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। ଏହି ସମୟରେ ଗାଡ଼ିର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲେ। ଏଥିରେ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବର୍ଦ୍ଧନଙ୍କ ପରିବାରକୁ ସମବେଦନା ଜଣାଇବା ସହ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ଏପରି ଘଟିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାକୁ ଏକ ବଡ କ୍ଷତି ବୋଲି କହିଛନ୍ତି। ସେ ପୋଷ୍ଟ କରି କହିଛନ୍ତି ଯେ ଭାରତ ନିର୍ମାଣରେ ଜଣେ ଉତ୍ସର୍ଗୀକୃତ ଯୁବ ଅଧିକାରୀଙ୍କୁ ହରାଇଛି।