ସୁଧୁରିଗଲେ କି ଆର୍ଯ୍ୟନ,ଭଉଣୀଙ୍କ ସହ ନାଇଟ ରାଇଡର୍ସରେ ଭାଇରାଲ

ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ ର ମେଗା ନିଲାମ ।

(ମୁମ୍ବାଇ) : ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ ର ମେଗା ନିଲାମ । ଯାହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ବୃଦ୍ଧି ପାଉଛି । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ଝିଅ ସୁହାନା ଖାନ ଉପସ୍ଥିତ ହୋଇଛନ୍ତି। ବର୍ତ୍ତମାନ ଏହି ଷ୍ଟାର କିଡଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

ସୂଚନାନୁଯାୟୀ , ଏହି ସମୟରେ ଉଭୟ ଭାଇ ଓ ଭଉଣୀଙ୍କୁ ଅତି ଅଫିସିଆଲ ଲୁକ୍‌ରେ ଦେଖିବାକୁ ମିଳିଛି। କରୋନା ମହାମାରୀକୁ ଧ୍ୟାନରେ ରଖି ଆର୍ଯ୍ୟନ୍ ଏବଂ ସୁହାନା ମାସ୍କ ଲଗାଇଛନ୍ତି। ଭାଇ ଭଉଣୀ ବ୍ରିଫିଂ ଶୁଣୁଥିବା ଫଟୋରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।