ମହାରଣା ସେବକ, ବିଭିନ୍ନ ନିଯୋଗ, ଦଇତାପତି ନିଯୋଗ ଓ ଯେଉଁମାନେ ଯାଇଥିଲେ ସେମାନଙ୍କୁ ନେଇ ମାରାଥନ ବୈଠକ ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ ପରେ ପରବର୍ତ୍ତୀ ପଦକ୍ଷେପ। ମହାପ୍ରଭୁ ଙ୍କ ଦୈନିଦିନ କଣ କାର୍ୟ୍ୟ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର କୁ ଶ୍ରୀମନ୍ଦିର ପକ୍ଷରୁ ଖୁବଶୀଘ୍ର ମାର୍ଗ ଦର୍ଶିକା ଜରିହେବ । ଜଗନ୍ନାଥ ଧାମ ଯାହା ଉଲ୍ଲେଖ କରାଯାଇଛି ସେଥିରେ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଧାମ ଶବ୍ଦ ର ନାମ କେଵେଳ ଚାରି ଧାମ ରେ ଲାଗିବ । ପଶ୍ଚିମବଙ୍ଗ ସରକାରଙ୍କୁ ସରକାର ଙ୍କ ତରଫରୁ ଚିଠି ଲେଖାଯିବ ଏବଂ ଦିଘା ଠାରେ ମହାଦୋଧି ନାମ କୁ କାଟିବା ପାଇଁ ଜଣାଇବୁ ଯଦି ନ ମାନିଲେ ଆଇନ ଗତ ଆଶ୍ରୟ ନେବୁ। ସେବାୟତ ମାନେ କେଉଁଠି କୁ ଯିବେ ନ ଜିବେ ମାର୍ଗଦର୍ଶିକା ଜାରି ହେବ । ବଳକା ଦାରୁ କାଠ ଯାଇକି ମୂର୍ତ୍ତି ତିଆରି ହୋଇଥିଲା ବୋଲି ଯେଉଁ କଥା ଆସିଥିଲା ଏହା ସମ୍ପୂର୍ଣ୍ଣ ମିଛ । ଦାରୁ ଘର ଭିତରେ କାଠ ରୁହେ । ୧୯୯୫-୯୬ ରେ ସେତବେଳେ ସରକାରଙ୍କ ଭୁଲ ନିଷ୍ପତି ପାଇଁ ଦଇତାପତି ନିଯୋଗ ଘରେ କିଛି କାଠ ଥିଲା। ସମସ୍ତ କାଠ ଦାରୁ ଘର କୁ ଆଣିବା ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି। ସେବକ ମାନେ ଗଣମାଧ୍ୟମ କୁ ଆସି ପୂଜା ବିଦ୍ଧି ବିଷୟ ରେ କହୁଛନ୍ତି ଏଥିପାଇଁ ମାର୍ଗ ଦର୍ଶିକା ଆସିବ କେତେ ଦୂର ଗଣମାଧ୍ୟମ କୁ ଦେଇପାରିବେ। ଦଇତାପତି ନିଯୋଗ ସଭାପତିଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ସମାନ ଦିଆଯାଇଥିଲା । ସେ କହିଛନ୍ତି ମୋର କୌଣସି ଉଦେଶ୍ୟ ନଥିଲା, ଭୁବେନେଶ୍ୱରର ଗୋଟିଏ ସୁଦର୍ଶନ ମହାରଣା ପାଖରୁ ତିଆରି କରିକି ନେଇଛନ୍ତି ସେ ଲିଖିତ ଜଣାଇଛନ୍ତି । ଲିମ୍ବ କାଠରେ ମୂର୍ତ୍ତି ତିଆରି କରିକି ଦେଇଛନ୍ତି ବୋଲି ମହାରଣା ସ୍ୱୀକାର କରିଛନ୍ତି । ଶ୍ରୀ ମନ୍ଦିର act ଅନୁଯାଇ ପୁଣି ୭ ଦିନ ଭିତରେ ଜଣାଇବା ପାଇଁ କୁହାଯାଇଛି ସେଥିରେ ସନ୍ତୁଷ୍ଟ ନ ହେଲେ ମନ୍ଦିର ପ୍ରଶାସନ ଦଣ୍ଡିତ କରିବ । ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କୁ ଵାଧିଛି । ଜଗନ୍ନାଥ ଙ୍କ କୌଣସି ଜିନିଷ ନେଇ କେହି ବଂଚିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।