ଓଲଟିଲା ବରଯାତ୍ରୀ ଗାଡି, ୩୦ରୁ ଅଧିକ ଆହତ

(ହିଞ୍ଜିଳି / ରଜନୀକାନ୍ତ ପାତ୍ର): ଓଲଟିଗଲା ବରଯାତ୍ରୀ ଟ୍ରକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବଡ଼ଗଡ଼ ଥାନା ଅନ୍ତର୍ଗତ ବୋରଦା ଠାରେ । ଘଟଣାସ୍ଥଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ପ୍ରାଥମିକ ଅବସ୍ଥାରେ ସମସ୍ତଙ୍କୁ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି ।
ସୂଚାନୁଯାୟୀ , ଝରଣ ଗ୍ରାମରୁ ୪୦ରୁ ଅଧିକ ଯାତ୍ରୀ ଏକ ଟ୍ରକରେ ନୁଆଁସାହିକୁ ବରଯାତ୍ରୀ ଯାଇଥିଲେ । ତେବେ ଫେରିବା ବାଟରେ ବୋରଦାଠାରେ ଭାରସାମ୍ୟ ହରାଇ ମିନି ଟ୍ରକଟି ଓଲଟି ପଡିଥିଲା।