ଭୁବନେଶ୍ୱର; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଏହି ବଜେଟ ମଧ୍ୟବିତ୍ତ ଙ୍କୁ ଗୁରୁତ୍ୱ ଦିଆଧାଇଛି ।୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। । ଫୋକସରେ ରହିଛି ବିଭିନ୍ନ ଏହି ୨୫-୨୬ ଆର୍ଥିକ ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ ।ପ୍ରଥମ ପର୍ଯ୍ୟାୟରେ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ । ଏଥିସହ ନିର୍ମଳା ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯୁବକଙ୍କ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। । SHG ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ସହ ଫୋକସରେ ବିଭିନ୍ନ ଜିନିଷ ମଧ୍ୟ ରଖାଯାଇଛି ଏଥିସହ ଉଡାଣ ଯୋଜନାକୁ ଗୁରୁତ୍ବ ଦିଆଯାଇଛି । ପାହାଡିଆ ଅଂଚଳରେ ଛୋଟ ଛୋଟ ବିମାନ ବନ୍ଦର ଓ ହେଲିପ୍ୟାଡ ନିର୍ମାଣ କରାଯିବ ।ଉଡାଣ ଯୋଜନାରେ ଖୁବଶୀଘ୍ର ଯୋଡି ହେବେ ଆଉ ୧୦୦ ସହର । ମାତ୍ର ୧୦ ବର୍ଷରେ ତିଆରି ହେବ ୧୨୦ ବିମାନ ବନ୍ଦର । ଉଡାଣ ଯୋଜନାରେ ୧.୫ କୋଟି ଲୋକ ଉପକୃତ ହେବେ , ୨୦୧୮ ପର୍ୟ୍ୟନ୍ତ ଜଳଜୀବନ ମିଶନକୁ କାର୍ୟ୍ୟକାରୀ କରାଯିବ ।

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ବ ଦିଆଯିବ । ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଲାଗି ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେବ, ଏଥିସହ ପୁଣି ଥରେ ପୂର୍ବଭାରତ ବିକାଶକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବ । ପୂର୍ବ ଭାରତରେ ଖୋଲିବ ଯୁରିଆ କାରଖାନା । ଭାଗିଦାରୀରେ ୫ ନ୍ୟାସନାଲ ସେଣ୍ଟର ଫର୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିଯିବା ନେଇ ଲକ୍ଷ୍ୟ ରହିଛି ।