ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି।ବର୍ଷା ସହ ଜୋରରେ ପବନ ଓ ଧୂଳି ଝଡ଼ ସହ ଜୋର ଘଡଘଡି ହୋଇଛି । ପଟିଆ,ପ୍ରଶାନ୍ତି ବିହାର, ଶିଖରଚଣ୍ଡି, ରଘୁନାଥପୁରରେ ପ୍ରବଳ ବର୍ଷ ସାଙ୍ଗକୁ ଘଡଘଡି ହୋଇଛି ।

ତେବେ କେବେଳ ଭୁବନେଶ୍ୱର ନୁହେଁ ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏ ନେଇ ଟ୍ବିନ ସିଟି ସମେତ ଖୋର୍ଦ୍ଧା ଓ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଏହି ଜିଲ୍ଲା ଗୁଡିକୁ ଆଗୁଆ ସତର୍କତା କରାଯଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯଇଛି।