ଇନଡୋର କିମ୍ବା ଆଉଟଡୋର ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଲେ ଏସଆରସି
ରାଜ୍ୟରେ ଫିଲ୍ମ ସୁଟିଂ କିମ୍ବା ଟିଭି ସିରିୟଲ ସୁଟିଂ ସମସ୍ତ ପ୍ରକାରର ଇନଡୋର କିମ୍ବା ଆଉଟଡୋର ସୁଟିଂ ଉପରେ ପ୍ରତିବ
(ଭୁବନେଶ୍ୱର) : ରାଜ୍ୟରେ ଫିଲ୍ମ ସୁଟିଂ କିମ୍ବା ଟିଭି ସିରିୟଲ ସୁଟିଂ ସମସ୍ତ ପ୍ରକାରର ଇନଡୋର କିମ୍ବା ଆଉଟଡୋର ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଛି ଏସଆରସି। ରାଜ୍ୟରେ ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ , ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଲକଡାଉନ ସଟଡାଉନ ଭଳି କଟକଣା ଲାଗୁ କରାଯାଇଛି। ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର କଡ଼ା ପଦକ୍ଷେପ ଉଠାଉଛନ୍ତି। ରାଜ୍ୟରେ ପୁଣି ଗତ ୨୪ ଘଣ୍ଟାରେ ୧୧ ହଜାର ୭୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।