ଭାରତ ଏବେ ନିଜର ଯୁଦ୍ଧାସ୍ତ୍ର ବଢାଇବାରେ ଲାଗିଛି । ଅପରେଶ ସିନ୍ଦୂର ପରେ ପାକିସ୍ତାନ ସହ ଉତ୍ତେଜନା ବୃଦ୍ଧିକୁ ଲକ୍ଷ୍ୟ କରି ଭାରତ ଏହାର ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛି । ଏନେଇ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଫେଡେରେସନ ଅଫ ଆମେରିକୀୟ ସାଇଣ୍ଟିଷ୍ଟ ଏକ ନୂତନ ରିପେର୍ଟ ପ୍ରକାଶ କରିଛନ୍ତି ।ରିପେର୍ଟ ଅନୁଯାୟୀ, ଭାରତ ପାଖରେ ବର୍ତ୍ତମାନ ୧୯୦ଟି ପରମାଣୁ ଅସ୍ତ୍ର ରହିଛି ।ଆଗାମୀ କିଛି ବର୍ଷ ମଧ୍ୟରେ ଆଉ ୩୫ଟି ପରମାଣୁ ଅସ୍ତ୍ର ବିକଶିତ କରିପାରେ । ଭାରତ ସମୁଦ୍ରରେ ନିଜର ‘ପରମାଣୁ ସୁରକ୍ଷା କବଚ’ ନିର୍ମାଣ କରୁଛି। ଭାରତ ଏପ୍ରିଲ ୨୦୧୬ରେ ଏହାର ତୃତୀୟ ସ୍ୱଦେଶୀ ପରମାଣୁ ଚାଳିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଦମନକୁ କାର୍ୟ୍ୟକ୍ଷମ କରିଛି।