ଜାନୁଆରୀ ୬ରୁ ଭାରତ-ୟୁକେ ମଧ୍ୟରେ ଉଡିବ ବିମାନ

0

ନୂଆଦିଲ୍ଲୀ: ୟୁନାଇଟେଡ କିଂଡମ ଓ ଭାରତ ମଧ୍ୟରେ ଜାନୁଆରୀ ୬ରୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ସୂଚନା ଦେଇଛନ୍ତି । ପ୍ରତି ସପ୍ତାହରେ ଦୁଇ ଦେଶ ମଧ୍ୟରେ ୩୦ଟିି ବିମାନ ଚଳାଚଳ କରିବ ।
ଭାରତରୁ ୟୁକେ ୨୦୨୧ ଜାନୁଆରୀ ୬ ରୁ ବିମାନ ଚଳାଚଳ ପୁନଃ ଆରମ୍ଭ ହେବ । ୟୁକେରୁ ଭାରତକୁ ଜାନୁଆରୀ ୮ରୁ ବିମାନ ଯାତ୍ରା ଆରମ୍ଭ ହେଉଥିବା ବେଳେ ପ୍ରତି ସପ୍ତାହରେ ୩୦ଟି ବିମାନ ଉଡିବ । ପ୍ରତ୍ୟେକ ଦେଶରୁ ୧୫ଟି କରି ବିମାନ ଉଡିବ । ଏହି କାର୍ଯ୍ୟସୂଚି ୨୩ ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ । ପରବର୍ତ୍ତୀ ସମୟରେ ସମୀକ୍ଷା ପରେ ପରବର୍ତ୍ତୀ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହେବ ବୋଲି ପୁରି ଟ୍ୱିଟ କରି ସୂଚନା ଦେଇଛନ୍ତି ।
ପୂର୍ବରୁ ପୁରୀ କହିଥିଲେ, ଉଭୟ ଦେଶ ମଧ୍ୟରେ ବିମାନ ଚଳାଚଳକୁ ଆଉ ସ୍ୱଳ୍ପକାଳ ପାଇଁ ବ।।ତିଲ କରାଯିବ । ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ଉଭୟ ଦେଶା ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିଥିଲା । ଏହି ବିମାନ ରଦ୍ଦ ନିର୍ଦ୍ଦେଶକୁ ଜାନୁଆରୀ ୬ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । କରୋନାର ନୂଆ ଷ୍ଟ୍ରେନ ସଂକ୍ରମଣ ପରଠାରୁ ଦୁଇ ଦେଶ ମଧ୍ୟରେ ବିମାନ ସେବାକୁ ବନ୍ଦ କରାଯାଇଥିଲା । ବ୍ରିଟେନରୁ ଫେରିଥିବା କିଛି ଯାତ୍ରୀଙ୍କଠାରେ ମଧ୍ୟ ନୂତନ ଷ୍ଟ୍ରେନ ଚିହ୍ନଟ ହୋଇଛି । ବିମାନ ଚଳାଚଳ ମନ୍ତ୍ରଣାଳୟ ସବୁ ଦେଶ ଉପରେ ନଜର ରଖିଛି । ସେଠାକାର ସ୍ଥିତିକୁ ନେଇ ପଦକ୍ଷେପ ନିଆଯିବ ।