(ଦିଲ୍ଲୀ) : ଦିନକୁ ଦିନ କୋଭିଡ୍ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶରେ କୋଭିଡ୍ ମାମଲା ୧୯.୬ ପ୍ରତିଶତ ହ୍ରାସ ପାଇଛି। ଏଥିସହ ଏବେ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷ ୬୫ ହଚାର ୫୩୪କୁ ବୃଦ୍ଧି ପାଇଛି। ସକ୍ରିୟ ସଂକ୍ରମଣ ସମୁଦାୟ ସଂକ୍ରମଣର ୦.୯୯ ପ୍ରତିଶତ ରହିଛି। ବର୍ତ୍ତମାନ ଦେଶରେ ରିକଭରି ହାର ୯୭.୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ମୋଟ ୫୫ହଜାର ୭୫୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାନୁଯାୟୀ , ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ ଯୋଗୁଁ ମୋଟ ୩୪୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ସମୁଦାୟ ୫ ଲକ୍ଷ୯ ହଜାର ୩୫୮ ଜଣଙ୍କର ମୃତ୍ୟୁ ଘଟିଛି । କେରଳର ୬୧ ଜଣ ସର୍ବାଧିକ ରୋଗୀଙ୍କ ମୃତ୍ୟୁ ଘଟିଛି।