ରିପୋଟର୍ସ ଟୁଡେ ବ୍ୟୁରୋ: ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ସେନାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି ଚୀନ ଏଭଳି କିଛି କାମ କରୁଛି ଫଳରେ ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି । ଏବେ ପୁଣିଥରେ ଚୀନ ପୂର୍ବ ଲଦାଖରୁ ନେଇ ଅରୁଣାଚଳ ପ୍ରଦେଶ ପର୍ୟ୍ୟନ୍ତ ଥିବା ଭାରତ ସୀମାରେ ସୈନ୍ୟବଳ ବୃଦ୍ଧି କରିଛି । ଏହାକୁ ନଜରରେ ରଖି ସେନା ମୁଖ୍ୟ ମନୋଜ ପାଣ୍ଡେ ୨୭ ତାରିଖରେ ଲେହରେ ଥିବା ୧୪ କୋର ମୁଖ୍ୟାଳୟ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ ।
ପ୍ରାପ୍ତ ସୂଚନା ମୁତାବକ, ସୀମା ନିକଟରେ ଚୀନ ନିଜର ସୈନ୍ୟବଳ ବୃଦ୍ଧି କରୁଛି । ଭାରତୀୟ ସେନା ମୁଖ୍ୟ ଚୀନର ଏଭଳି ପ୍ରୟାସକୁ ନଜରରେ ରଖି ସୀମାର ଅନ୍ୟ ସ୍ଥାନଗୁଡିକୁ ଗସ୍ତ କରିପାରନ୍ତି । କିଛିଦିନ ତଳେ ସେନାମୁଖ୍ୟ ପାକିସ୍ତାନ ସରମା ନିକଟ ସିୟାଚୀନର ଗ୍ଲାସିୟର ଅଞ୍ଚଳ ମଧ୍ୟ ଗସ୍ତ କରିଥିଲେ । ସେପଟେ ଚୀନ ପ୍ରସଙ୍ଗରେ କଂଗ୍ରେସ ତରଫରୁ ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରାଯାଉଛି ।